ଆଖି ବୁଜିଲା ଚନ୍ଦକା ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ । ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚି ମୃତଦେହ ଜବତ କରିଛି । ମୃତ ଦନ୍ତା ରାମୁର ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଯାଇଛି । ତେବେ ମୃତ୍ୟୁ ବେଳକୁ ରାମୁ ହାତୀର ବୟସ ପାଖାପାଖି ୪୦ ବର୍ଷ ଅନୁମାନ କରାଯାଉଛି। ତେବେ ରାମୁର ମୃତ୍ୟୁ କେମିତି ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *