କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ଘରୋଇ ମେଡିକାଲରେ ଉତ୍ତେଜନା । ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। ଏକ ଅପରେସନ ପାଇଁ ରଶ୍ମୀରଞ୍ଜନ ମେଡିକାଲ ଆସିଥିଲେ । ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ନାବାଳକର ମୃତ୍ୟୁ ପରେ ନର୍ସିଂହୋମ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପିଲାଟିକୁ କେଉଁ କେଉଁ ଇଞ୍ଜେକସନ ଓ କ’ଣ ପାଇଁ ଦିଆଯାଇଥିଲା ତାହାର ତଦନ୍ତ ହେବ । ଯିଏ ଇଞ୍ଜେସନ ଦେଇଛି ସେ ପ୍ରଶିକ୍ଷଣପ୍ରାପ୍ତ ନା ନାହିଁ ଓ ଇଞ୍ଜେକସନ ଦୁଇଟିର ଏକ୍ସପାରୀ ଡେଟ ଥିଲା ନା ନାହିଁ ତ ତାହାର ବି ତଦନ୍ତ ହେବ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମାତ୍ର ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି, ଆମର କୌଣସି ବି ତ୍ରୁଟି ନାହିଁ। ପିଲାଟିକୁ କେବଳ ବାନ୍ତି ଓ ଇଞ୍ଜେକସନ ଦିଆଯାଇଥିଲା। ତାହା ସେପରି କ୍ଷତିକାରକ ନୁହେଁ।

ସୁଚନମୂତବ, ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ ଏକ ସାମାନ୍ୟ ଅପରେସନ ପାଇଁ ପରିବାର ଲୋକେ ତାଙ୍କୁ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ପରେ ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକସନ ଦିଆଯାଇଥିଲା । ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇ ପଡ଼ିଲା। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ପିଲାଟିକୁ ଆଇସିୟୁକୁ ନେଇଯାଇଥିବା ବେଳେ ଆମକୁ ଭିତରକୁ ଛାଡ଼ି ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପିଲାଟି ଧୀରେ ଧୀରେ ସୁସ୍ଥ ହେବ ବୋଲି ବି ସେମାନେ କହିଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ଘଟିଥିଲା। ଭୁଲ୍‌ ଇଞ୍ଜେକସନ ଯୋଗୁ ଅକାଳରେ ଆମ ପୁଅ ଚାଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *