ଟ୍ରାକ ଉପରେ ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ସିକନ୍ଦର ଫଲକନୁମା ଏକ୍ସପ୍ରେସ୍ । ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଥିଲା। ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଏକାଧିକ ଯାତ୍ରୀ । ଖବର ପାଇ ଟେକ୍ନିସିଆନ୍ମାନଙ୍କ ସହ ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍ ସହ ଯୋଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ; ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟ ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଘଟିଛି ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ବହୁ ସମୟ ଧରି ଘଟଣାସ୍ଥଳରେ ଅଟକି ରହିଲେ ଶହ ଶହ ଟ୍ରେନ ଯାତ୍ରୀ। ଖବର ପାଇ ଟେକ୍ନିସିଆନ୍ମାନଙ୍କ ସହ ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍ ସହ ଯୋଡ଼ିଥିଲେ। ଏହାପରେ ଟ୍ରେନ୍ ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ସହିତ ଗୋଟିଏ ଟ୍ରାକରେ ଟ୍ରେନଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରୁଟ୍ ଅବରୋଧ କରିଥିବାରୁ ଅନ୍ୟ ଟ୍ରେନ ଗୁଡିକ ଚଳାଚଳରେ ବାଧା ପ୍ରାପ୍ତ ହେବା ସହ ବିଳମ୍ୱ ହୋଇଥିଲା । Post navigation ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା ୨ ବର୍ଷରେ ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍: ଉପମୁଖ୍ୟମନ୍ତ୍ରୀ