SCBରେ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଯାଞ୍ଚ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ବରେ ଚାଲିଛି ଯାଞ୍ଚ । ଇଲେକ୍ଟ୍ରିକାଲ୍‌ ଓ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି, ଅଗ୍ନିଶମ ଆଇଜି, କଟକ ଜିଲ୍ଲାପାଳ କରୁଛନ୍ତି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।

ଅନ୍ୟପଟେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା ଏବଂ ସହକାରୀ ଫାୟାର ଅଫିସର ସଞ୍ଜିବ କୁମାର ବେହେରା, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଯୁକ୍ତ ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ ଜେନେରାଲ ଇଲେକ୍ଟ୍ରିକାଲ୍ ଡିଭିଜନ (ଜିଇଡି) ଅଧୀନରେ ଏସସିବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ବିଶ୍ୱାଳ ।

ସୂଚନା ଯୋଗ୍ୟ; କଟକ ଏସ୍‌ସିବି ମେଡିକାଲ ଟ୍ରମା ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଏଯାଏଁ ୧୨ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଆଇସିୟୁରେ ମୋଟ ୧୪ ଜଣ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରେ ୧୧ ଜଣ ଭେଣ୍ଟିଲେଟରରେ ଏବଂ ୩ ଜଣ ବିନା ଭେଣ୍ଟିଲେଟରରେ ଥିଲେ। ଏହା ପାର୍ଶ୍ବରେ ପେଡିଆଟ୍ରିକ୍‌ ଆଇସିୟୁରେ ଥିବା ଅନ୍ୟଜଣେ ଗୁରୁତର ହୋଇଥିଲେ।

 

Leave a Reply

Your email address will not be published. Required fields are marked *