Expert Team Reaches Malkangiri under Mukhyamantri Bayu Swasthya Seva Yojana
ଉପାନ୍ତ ଅଞ୍ଚଳରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା ଦ୍ୱାରା ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ସୁନିଶ୍ଚିତ ହୋଇପାରୁଛି ।
 
ଏହି କ୍ରମରେ ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଆଜି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ପହଞ୍ଚିଛନ୍ତି ।
 
ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, ଗ୍ୟାଷ୍ଟ୍ରୋଏଣ୍ଟେ|ଲୋଜି ଏବଂ ହୃଦରୋଗ ବିଭାଗର ବିଶେଷଜ୍ଞ ଏବଂ ସହାୟକମାନେ ରହିଛନ୍ତି । ଏହି ଟିମ୍ ସେଠାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇଦେବେ ।
 
ଆଜି ଅପରାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଖାପାଖି ୫୦୦ରୁ ଅଧିକ ରୋଗୀଙ୍କୁ ତାଲିକାଭୁକ୍ତ କରାଯାଇଛି, ଯେଉଁମାନେ କି ଉନ୍ନତ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରିବେ ।
Expert Team Reaches Malkangiri under Mukhyamantri Bayu Swasthya Seva Yojana
 

By Nirvay

Leave a Reply

Your email address will not be published. Required fields are marked *