ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ବିବାଦର ଆଜି ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌କୋର୍ଟଙ୍କ ଏକ ୨ଜଣିଆ ଖଣ୍ଡପୀଠରେ ଆଜି ଏହି ବିବାଦର ଶୁଣାଣି କରାଯାଇଛି। ଏହି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରି କହିଛନ୍ତି ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖନ୍ତୁ ।

ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଆଉ ମଧ୍ୟ କହିଛନ୍ତି ଯଦି ଆପଣ ମୁଖ୍ୟମନ୍ତ୍ରୀ ଭାବେ ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ତେବେ ଜୁଲାଇ ମାସରେ ଆସିଥିବା ରିପୋର୍ଟରେ କୌଣସି ସ୍ପଷ୍ଟତା ନଥିଲା ତେବେ ଏହା ଉପରେ ଦୁଇ ମାସ ପରେ କାହିଁକି ବୟାନ ଦିଆଗଲା ।  ଅପମିଶ୍ରଣ ହୋଇଥିବା ଘିଅ ଲଡୁ ପ୍ରସ୍ତୁତରେ ବ୍ୟବହାର ହେବାର କିଛି ପ୍ରମାଣ ଅଛି କି? ଯଦି ପ୍ରମାଣ ନାହିଁ, ତେବେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଆବଶ୍ୟକତା କଣ ଥିଲା?ଧାର୍ମିକ ଭାବାବେଗକୁ ସମ୍ମାନ ଜଣାଇବାର ଆବଶ୍ୟକ ଥିଲା।

ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ଥିବାବେଳେ ଆମେ ଆଶା କରିବୁ ଯେ, ଭଗବାନଙ୍କୁ ରାଜନୀତିଠୁ ଦୂରରେ ରଖାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଅଦାଲତ ଆହୁରି କହିଛନ୍ତି ଯେ, କୌଣସି ପ୍ରମାଣ ନାହିଁ ଦୂଷିତ ଘିଅର ବ୍ୟବହାର ପ୍ରସାଦମ୍ ପାଇଁ କରାଯାଉଥିଲା। ପ୍ରଥମ ଭୁଲ ଏହା ଯେ, ସାମ୍ପଲ ନିଆଯାଇଥିବା ଘିଅ ଲଡୁରେ ବ୍ୟବହାର କରାଯାଇଛି। ସାମ୍ପଲରେ ସୋୟାବିନ୍ ତେଲ ବି ହୋଇପାରେ। ଜରୁରୀ ନୁହେଁ ଯେ, ଫିସ୍ ଅଏଲ ହିଁ ଥିବ। ଆପଣଙ୍କୁ ସପ୍ଲାୟର ଉପରେ ସନ୍ଦେହ ରହିପାରେ। ତେବେ ଏଥିରେ ପଶୁ ଚର୍ବି ଓ ଫିସ୍ ଅଏଲ ମିଶିଛି ବୋଲି କହିବା କ’ଣ ଦରକାର ?

Leave a Reply

Your email address will not be published. Required fields are marked *