କେନ୍ଦ୍ର ସରକାର ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ରାତି ୧୨ଟା ରୁ ନୂତନ ଦର ଲାଗୁ ହେବ । ତେବେ ଏହି ଉତ୍ପାଦ ଶୁଳ୍କ ବୃଦ୍ଧିର ପ୍ରଭାବ ସାଧରଣ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ତୈଳ ଦର ଅପରିବର୍ତ୍ତିତ ରହିବ ବୋଲି ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି । ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇବା ପରେ ସରକାର ଏହି ଉତ୍ପାଦ ଶୁଳକ ବୃଦ୍ଧି କରିଛନ୍ତି । Post navigation ବିଶ୍ବ ସେୟାର ବଜାରରେ ହାହାକର; ୧୦ ସେକେଣ୍ଡରେ ନିବେଶକ ହରାଇଲେ ୧୯ ଲକ୍ଷ କୋଟି ଖୁବ ଶୀଘ୍ର ଓଡ଼ିଶାରେ ନିବେଶ କରିବ ଏଚସିଏଲ୍ ଟେକ୍