ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା । ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ; ୨୩ ତାରିଖରେ ଏନଆରଟିଏସ ଓ ୨୫ ତାରିଖରେ ପ୍ରାଥମିକ ସ୍କଲାରସିପ ପରୀକ୍ଷା ହେବାର ଥିଲା । ତେବେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏହା ସହ ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *