ବିଜେଡି ଆଜି ବି ଏକ ନମ୍ବର ଦଳ। ଆଜି ବି ଯଦି ନିର୍ବାଚନ ହୁଏ ୧୪୦ ସିଟ୍ ଜିତିବ ବିଜେଡ଼ି । ଏହି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଆମ ଦଳର କେହି ନେତା ବିଷୋଦଗାର କରୁନାହାଁନ୍ତି । ପ୍ରସନ୍ନ ପାଟ୍ଟଶାଣୀ ଯେବେଠୁ ବିଜେପି ପଳାଇଲେଣି । ସେ ମିଡିଆ ସାମ୍ନାରେ ବିଷୋଦଗାର କରୁଛନ୍ତି । ବିଜେପିର ଅବସ୍ଥା କଣ ହେଉଛି ସେ ନିଜେ ସମ୍ଭାଳନ୍ତୁ । ବିଜେପି ନିଜ ଘର ସମ୍ଭାଳୁ । ସେ ଆମ କଥା କାହିଁକି ଚିନ୍ତା କରୁଛନ୍ତି । ଖୁବଶୀଘ୍ର ଜିଲ୍ଲା ଗସ୍ତରେ ଯିବେ ନବୀନ । ଏନେଇ ଖସଡ଼ା ପ୍ରସ୍ତୁତ କରାଯାଉଛି । ସଂଗଠନ ଉପରେ ଆଲୋଚନା ହେବ। କର୍ମୀଙ୍କ ସହ ଆଲୋଚନା କରିବେ। ପଦଯାତ୍ରା ପୁଣି ଚାଲିବ। ପୁଣି ୭ ଦିନ ପଦଯାତ୍ରା ବୃଦ୍ଧି କରାଯାଇଛି । ଏହା ସହ ଆୟୁଷ୍ମାନ ଯୋଜନା ଟାର୍ଗେଟ କରି ପ୍ରମିଳା ମଲ୍ଲିକ କହିଛନ୍ତି ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯଦି ଆୟୁଷ୍ମାନ ଯୋଜନା ଏହି ଯୋଜନାରେ ୩୬ ଲକ୍ଷ ସାମିଲ ହେବେ। ବାକି କୁଆଡେ ଯିବେ ? ସେ ଆଉ ମଧ୍ୟ କହିଛନ୍ତି ଆୟୁଷ୍ମାନ ଯୋଜନାରେ ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ ସେ ନେଇ ରାଜ୍ୟସରକାର ସ୍ପଷ୍ଟ କରିବା ଦରକାର। କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗିଛନ୍ତି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ। ରାଜନୀତି ନ କରନ୍ତୁ । ଲୋକ ବୁଝିଲେଣି ଏ ସରକାର ନାଁ ଓ ରଙ୍ଗ ବଦଳାଇବ ବୋଲି କହି ଟାର୍ଗେଟ କରିଛନ୍ତି ପ୍ରମିଳା । Post navigation ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ ! ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣ ମିଶ୍ର