ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେତେକ ଛାତ୍ରଛାତ୍ରୀ। ପରୀକ୍ଷାର୍ଥୀ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ। ସିସିଟିଭି ଯାଞ୍ଚ ହୋଇଥିବା ବେଳେ ଏହା ସମୟ ସହ ମେଳ ଖାଇଲାନି। ତେବେ ନିଜ ଦୋଷ ଲୁଚାଇବା ପାଇଁ ବୈଷୟିକ ତ୍ରୁଟି ଯୋଗୁଁ ସିସିଟିଭି ସମୟ ମେଳ ଖାଉ ନଥିବା କର୍ତ୍ତୃପକ୍ଷ କହିଛନ୍ତି। ଏଥିସହ ପରୀକ୍ଷା ବିଭ୍ରାଟ କଥାକୁ ମଧ୍ୟ କର୍ତ୍ତୃପକ୍ଷ ଅସ୍ବୀକାର କରିଥିବା ବେଳେ ଅଭିଯୋଗକାରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦେଇନଥିବା ମଧ୍ୟ କୁହାଯାଉଛି।

ତେବେ କିଛିଦିନ ପୂର୍ବରୁ ଭୁବନେଶ୍ୱରର ଏକ ସାଇବର କାଫେରେ ଓଏସଏସସି ପରିଚାଳିତ ଆରଆଇ, ଅମିନ ପରୀକ୍ଷା ନେଇ ବିବାଦ ଦେଖା ଦେଇଥିଲା। ପରୀକ୍ଷାର୍ଥୀମାନେ ଧାରଣା ଦେଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *