ନିମାପଡ଼ା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉଠାଇନେଇଛି । କଟକ ଜିଲ୍ଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ଘରୁ EOW ପଚରାଉଚରା କରି ଓ କାଗଜପତ୍ର ଯାଞ୍ଚ କରିବା ପରେ ଦିଲ୍ଲୀପ ନାୟକଙ୍କୁ ଉଠାଇନେଇଛି । ଏକ ଜମିଜମା ମାମଲାରେ ଖୋଳତାଡ କରି ତାଙ୍କୁ ଅଧିକ ଜେରା ପାଇଁ ଇଓଡବ୍ଲୁ ଉଠାଇନେଇଥିବା ସୂଚନା ମିଳିଛି । ଓଡ଼ିଶା ରାଜନୀତିରେ ଏକ ପ୍ରଭାବଶାଳୀ ନାମ ହେଉଛି ଦିଲ୍ଲୀପ ନାୟକ । ସେ ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ । Post navigation ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ