Sriharikota, May 17 (ANI): Indian Space Research Organisation (ISRO) to launch its 101st mission, EOS-09 aboard the PSLV-C61 from the First Launch Pad (FLP) on May 18, at Satish Dhawan Space Centre in Sriharikota on Saturday. (ANI Photo)

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ୧୦୧ତମ ଐତିହାସିକ ପ୍ରକ୍ଷେପଣ ସମୟରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ। ଇସ୍ରୋ ରବିବାର PSLV-C61 ରକେଟ୍ ସାହାଯ୍ୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍କ୍ଷେପଣ କରିପାରିଲା ନାହିଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ । ସେ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ଲଞ୍ଚିଂ ବେଳେ ବାଧା ଉପୁଜିବାରୁ ମିଶନ୍ ସମାପ୍ତ ହୋଇପାରିଲା ନାହିଁ। ଏହାରି  ଉପରେ ଅନୁଧ୍ୟାନ କରାଯାଉଛି।

ସେ କହିଛନ୍ତି ଯେ ଆଜି ଆମେ PSLV-C61 ଲଞ୍ଚ କରିବାକୁ ଚେଷ୍ଟା କରିଛୁ। ଏହା ଚାରୋଟି ପର୍ଯ୍ୟାୟରେ ଗଠିତ। ପ୍ରଥମ ୨ଟି ପର୍ଯ୍ୟାୟରେ ପ୍ରଦର୍ଶନ ଆଶାନୁରୂପ ଥିଲା। ତୃତୀୟ ପର୍ଯ୍ୟାୟରେ ଆମେ ପର୍ଯ୍ୟବେକ୍ଷଣ ଦେଖିଲୁ… ମିଶନ୍ ସଫଳ ହୋଇପାରିଲା ନାହିଁ।

ସୂଚନା ଯୋଗ୍ୟ; ଇସ୍ରୋ ରବିବାର ସକାଳ ୫ଟା ୫୯ ମିନିଟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-09 ଉତ୍ କ୍ଷେପଣ କରିଥିଲା। ଏହା ଇସ୍ରୋର ୧୦୧ତମ ମିଶନ ଥିଲା। ଆନ୍ଧ୍ର ଶ୍ରୀହରିକୋଟାରୁ ହୋଇଥିଲା ଉତ୍‌କ୍ଷେପଣ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ, ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) C-61 ଏହି ସାଟେଲାଇଟ୍ ସହିତ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *