ଭବାନୀପାଟଣାରେ ପୁଣି ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ଆମ୍ବ ବଗିଚାରୁ ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୮ ବର୍ଷ ବୋଲି ଜଣାପଡିଛି। ତେବେ କିପରି ହାତୀର ମୃତ୍ୟୁ ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି । ସଂପୃକ୍ତ ଅଞ୍ଚଳରେ ୧୧ କେଭି ତାର ଯାଇଥିବା ଏବଂ ବାରହା ଶିକାର ପାଇଁ କିଛି ଶିକାରୀ ନିୟମିତ ତାର ବିଛାଉଛନ୍ତି। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *