Election bell rings in Nuapada; where is Naveen?

ଓଡ଼ିଶାରେ ଏବେ ବିଜେପି ନେତୃତ୍ବାଧୀନ ସରକାର ସମୟରେ ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରେ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡ଼ିଛି । ଏହା ମୋହନ ସରକାରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଥିବା ବେଳେ ବିଜେଡିର ଦମ୍ ଦେଖିବାକୁ ସମସ୍ତେ ଅପେକ୍ଷାରତ । ବିଜେପି ନିର୍ବାଚନୀ ବୈତରଣୀ ପାର ହେବାକୁ ରୀତିମତ ଯୋଜନା ଚଳାଇଛି ।

ନୂଆପଡ଼ା ଉପନିର୍ବାଚନ ବିଗୁଲ ବାଜିସାରିଲାଣି । ହେଲେ ନବୀନ ଏବେ ଦିଲ୍ଲୀରେ କଣ କରୁଛନ୍ତି, ତାହା ଏକ ବଡ଼ ପ୍ରଶ୍ନବାଚୀ ? ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କ ବିଜେଡି ପ୍ରାର୍ଥୀ କରିବାକୁ ଚର୍ଚ୍ଚା ହେଉଥିବା ବେଳେ ଜୟ ମଧ୍ୟ ଦିଲ୍ଲୀରେ ଅଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୟ କାହିଁକି ଦିଲ୍ଲୀରେ ଅଛନ୍ତି ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରୁଛି ।

ବିଜେଡି ଉପନିର୍ବାଚନକୁ ନେଇ ଗମ୍ଭୀରତା ପ୍ରକାଶ କରୁନଥିବା ଭଳି ମନେ ହେଉଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରସ୍ତୁତିରେ ଫେଲ ମାରୁଥିବା ଭଳି ମନେ ହେଉଛି । ଘନ ଘନ କମିଟି ଗଢୁଛନ୍ତି, ହେଲେ କୌଣସି ରଣନୀତି ପ୍ରସ୍ତୁତ କରୁନାହାନ୍ତି । ସଠିକ ମାର୍ଗରେ କାମ ମଧ୍ୟ କରୁନାହାନ୍ତି । ସେହି କାରଣରୁ ୨୦୨୪ ସାଧାରଣ ନିର୍ବାଚନ ମଧ୍ୟ ହାରିଲେ । ତଥାପି ବୁଦ୍ଧି ଶିଖି ପାରୁନାହାନ୍ତି ।

ହେଲେ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ବେଶ ସକ୍ରିୟ ରହିଛି । ପଦଯାତ୍ରା, ଶୋଭାଯାତ୍ରା, ସଭା ସମିତି କରି ଭୋଟରଙ୍କୁ ଆକୃଷ୍ଟ କରିବାରେ କଂଗ୍ରେସ ବ୍ୟସ୍ତ ଅଛି । ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ପାଇଁ କଂଗ୍ରେସ ପାରୁ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି । ତେବେ କାହା ରଣନୀତି କେତେ ସୁଦୃଢ଼ ଓ କିଏ ଏଥିରେ ସଫଳ ହେଉଛନ୍ତି, ତାହା ଖୁବଶୀଘ୍ର ଜଣାପଡ଼ିଯିବ ।

By Nirvay

Leave a Reply

Your email address will not be published. Required fields are marked *