ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜି ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଏକନାଥ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ । ୧୪ତମ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ଅର୍ଥାତ ଆଜି ଶେଷ ହେଉଛି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମେଣ୍ଟ ମହାୟୁତି ୨୩୬ ଆସନରେ ବିଜୟ ହାସଲ କରିଛି । ଏକାକୀ ବିଜେପି ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ୧୩୨ଟି ଆସନ ଜିତିଛି । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପରେ ବର୍ତ୍ତମାନ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି ।  ତେବେ ଏହି ବିଜୟ ପରେ ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ସେ ନେଇ ଦ୍ୱନ୍ଦ ଲାଗି ରହିଛି । ଏହାରି ଭିତରେ ଆଜି ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।  ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ବୋଲି ମହାରାଷ୍ଟ୍ର ବିଜେପିରେ ଚର୍ଚ୍ଚା ହେଉଛି । ମହାୟୁତିର ବିପୁଳ ବିଜୟ ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସାରା ଦେଶର ନଜର ।

ସୁଚନା ଯୋଗ୍ୟ; ଚଳିତ ନିର୍ବାଚନରେ ମହାୟୁତି ମେଣ୍ଟ ମ୍ୟାଜିକ ନମ୍ବର ପାର କରି ୨୩୫ଟି ଆସନ ଜିତିଛି । ବିଜେପି ୧୩୨ଟି, ଶିବସେନା ୫୭, ଏନସିପି ୪୧, ଜେଏସଏସ ୨ ଏବଂ ଆରଏସପିଏସ୍ , ଆର୍ ଏସଭିଏ ଓ ଆରୱାଇଏସପି ଗୋଟାଅ ଲେଖାଏଁ ଆସନ ଜିତିଛନ୍ତି । ସେପଟେ ଇଣ୍ଡି ମେଣ୍ଟ ୪୮ଟି ଆସନ ହାତେଇବାରେ ସଫଳ ହୋଇଛି

Leave a Reply

Your email address will not be published. Required fields are marked *