ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି। ଏସବୁ ମଧ୍ୟରେ ନାବାଳକ ଗାଡିଚାଳକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସିବା ବିପଦପୂର୍ଣ୍ଣ । ଆଇନଶୃଙ୍ଖଳା ପରିସ୍ଥିତି ରୋକିବାକୁ ରାଜ୍ୟ ପରିବହନ ବିଭାଗ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି। ସ୍କୁଲକୁ ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ଏ ସମ୍ପର୍କରେ ସ୍କୁଲଗୁଡିକୁ ତାଗିଦ କରାଯିବ ବୋଲି ଶ୍ରୀ ଗଣ୍ଡ କହିଛନ୍ତି । ସଚେତନ କରାଯାଉଛି, ନଶୁଣିଲେ ଖୁବଶୀଘ୍ର ସ୍କୁଲଗୁଡିକୁ ତାଗିଦ କରାଯିବ। ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ଆଲୋଚନା ହେବ । ଛାତ୍ରଛାତ୍ରୀ ଜୀବନ ପ୍ରତି ବିପଦ ଥିବାବେଳେ ଏ ଘଟଣାକୁ ଗୁରୁତର ସହ ନିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *