ଫି ୱିନ ନାମକ ଏକ ଅନ୍ ଲାଇନ୍ ବେଟିଂ ଗେମରେ ବେଆଇନ ଅର୍ଥ କାରବାର ଘଟଣାରେ ସୁନ୍ଦରଗଡର ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମର ୬ ଜଣଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଗତ କିଛି ମାସ ତଳେ ଏକ ଗେମ୍ ମୋବାଇଲରେ ଫି ୱିନ ଅନଲାଇନ ଖେଳ ପାଇଁ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ମାସ ତଳେ ମୋବାଇଲରେ ଫି ୱିନ ନାମକ ଅନଲାଇନ ବେଟିଂ ଗେମରେ ବେଆଇନ ଅର୍ଥ କାରବାର ଅଭିଯୋଗ ହୋଇଥିଲା। ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଇଥିଲା। ଆଜି ସକାଳୁ କଲକାତାରୁ ଇଡିର ଏହି ୪୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚିଛନ୍ତି। ଟିମ୍ ର ଅଧିକାରୀ ମାନେ ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ , ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ବିଲ୍ଡିଂରେ ଚଢାଉ ଜାରି ରଖିଛନ୍ତି। ତେବେ କେତେ ଟଙ୍କା କାରବାର ହୋଇଛି ଏବଂ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ତାହା ଜଣା ପଡ଼ିନି।

Leave a Reply

Your email address will not be published. Required fields are marked *