ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଶ୍ରୀ ନବୀନଙ୍କ ୩ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏସଆଇଟି ବୈଠକରେ ଯୋଗ ଦେବେ। ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ । ଆସନ୍ତା ୨୮ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଇଡିର ନିର୍ଦ୍ଦେଶକ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ।

Leave a Reply

Your email address will not be published. Required fields are marked *