ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ୧୬ ମାର୍ଚ୍ଚ, ୨୦୨୬ ରେ ଓଡ଼ିଶା ସମେତ ୧୦ ଟି ରାଜ୍ୟରେ ୩୭ ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଇସିଆଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୨୬ ଫେବୃଆରୀରେ ବିଜ୍ଞପ୍ତି ଜାରି ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ପ୍ରାର୍ଥୀମାନେ ୯ ମାର୍ଚ୍ଚ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ୧୬ ମାର୍ଚ୍ଚ ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ସେହି ଦିନ ସନ୍ଧ୍ୟା ୫ ଟାରେ ଭୋଟ ଗଣତି ହେବ । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି । ଏହି ସାଂସଦମାନେ ହେଉଛନ୍ତି – ମମତା ମହାନ୍ତ (ବିଜେପି), ମୁନ୍ନା ଖାନ (ବିଜେଡି), ସୁଜିତ କୁମାର (ବିଜେପି) ଏବଂ ନିରଞ୍ଜନ ବିଶି (ବିଜେଡି) । ବିଜେପି ଓ ବିଜେଡି କାହାକୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାବତ ଜଣାପଡ଼ିନି । Post navigation Plus Two Exams Begin: ଆଜି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ Odisha Assembly Adjourned: ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ପ୍ରତିବାଦ; ଗୃହ ୪ଟା ଯାଏଁ ମୁଲତବି