ECG report of Naba Das goes missing
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍‌ ହୋଇଥିବା ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ।
 
ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ଇସିଜି । କିନ୍ତୁ ପ୍ରାଥମିକ ଚାର୍ଜସିଟ୍‌ରେ ଇସିଜି ରିପୋର୍ଟ ନାହିଁ କି ଏନେଇ ଉଲ୍ଲେଖ ନାହିଁ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ ।
 
ଅନ୍ୟପଟେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ଏଯାବତ୍ କୌଣସି ପ୍ରତିକ୍ରିୟା ମିଳିପାରିନି ।

By Nirvay

Leave a Reply

Your email address will not be published. Required fields are marked *