ଓଡ଼ିଶାରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପର ଝଟକା । ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି ।  ଭୁବନେଶ୍ୱର, ପାରାଦ୍ୱୀପ ଓ ବାଲେଶ୍ୱର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଆଜି ସକାଳ ୬.୧୦ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରହିଥିବା ବେଳେ ଭୂମିକମ୍ପର ଉତ୍ପତି ସ୍ଥଳ ବଙ୍ଗୋପସାଗର ରହିଛି । ଉତ୍ପତ୍ତିସ୍ଥଳଟି ପୂର୍ବ ଉପକୂଳ ଠାରୁ ୯୧କିମି ଦୂରରେ ରହିଛି । କେନ୍ଦ୍ରସ୍ଥଳୀ ଭୁବନେଶ୍ୱର ଠାରୁ ୨୯୭ କିମି, ପୁରୀ ଠାରୁ ୨୮୬ କିମି ଓ ବ୍ରମହାପୁର ଠାରୁ ୩୯୪ କିମି ଦୂରରେ ରହିଛି । ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।  ଉପକୂଳ ଓଡ଼ିଶା ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି

 

 

Leave a Reply

Your email address will not be published. Required fields are marked *