Duragapur survivor's mole friend arrested
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲାରେ ମଙ୍ଗଳବାର ଦିନ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି ।
 
କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । ଏପଟେ ଆଜି ପଶ୍ଚିମବଙ୍ଗ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କୁ ଭେଟିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।
 
ଆସନ୍ତାକାଲି ଗିରଫ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯିବ । ଏନେଇ ଆସାନସୋଲ୍-ଦୁର୍ଗାପୁର ପୋଲିସ କମିଶନରେଟ୍ ପକ୍ଷରୁ ସୂଚନା ମିଳିଛି ।ଅନ୍ୟପକ୍ଷରେ ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପଶ୍ଚିମବଙ୍ଗ ପୋଲିସ ।
 
ପଶ୍ଚିମବଙ୍ଗର ପୋଲିସ ଓ ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।

By Nirvay

Leave a Reply

Your email address will not be published. Required fields are marked *