ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ ଅଫିସର ଦେବାଶିଷ ପଣ୍ଡା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ଭୁବନେଶ୍ୱର, ବହ୍ମପୁର ସହ ଆଉ କିଛି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।

ସମ୍ୱଲପୁର ଘର ଓ ଅଫିସ୍ ସମେତ ଭୁବନେଶ୍ୱରର ୪ଟି ଘର ବ୍ଲକ-5 ବ୍ଲକ୍-୨ ନୟାପଲ୍ଲୀ ମେଟ୍ରୋସିଟି , ଏସ୍ପ୍ଲାନେଡରେ ଥିବା ସ୍ପେସ୍ ନମ୍ବର ଓୟୁ-୬୩୪, ଓ ବଳଭଦ୍ରପୁରରେ ଥିବା ଫ୍ଲାଟ୍ ନମ୍ବର ୧୦୫, ବ୍ଲକ୍-ଡି, ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟ ଓ ବ୍ରହ୍ମପୁରରେ ଥିବା ତାଙ୍କ ପୈତୃକ ଘର ନାଭି କଲୋନିରେ ଚଢାଉ କରିଛି ଭିଜିଲାନ୍ସ ।

ଏହି ଚଢାଉରେ ୪ ଡିଏସପି, ୧୦ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *