Drone flying over Puri Srimandir seized
ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଉଡ଼ିଥିବା ଡ୍ରୋନ୍ ଜବତ ହୋଇଛି । ଡ୍ରୋନ୍‌କୁ ଗୋଡ଼ାଇ ଗୋଡ଼ାଇ ପୁରୀ ଶନି ମନ୍ଦିର ଗଳିରୁ ସିଂହଦ୍ୱାର ପୋଲିସ ଡ୍ରୋନ ଜବତ କରିଛି ।ଡ୍ରୋନ ଉଡ଼ାଇଥିବା ଛତିଶଗଡର ଯୁବକ ଦୁର୍ଗାପ୍ରସାଦ ଯାଦବକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
 
ଉକ୍ତ ଯୁବକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି । ଜବତ ଡ୍ରୋନରେ ଆଉ କେଉଁ ସ୍ଥାନର ଭିଡିଓ ଉତ୍ତୋଳନ ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
 
ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ‘ନୋ-ଫ୍ଲାଇଂ-ଜୋନ୍’ ଭାବରେ ଘୋଷଣା କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଓ ଏହାର ପରିସରରେ ଡ୍ରୋନ୍ ଉଡ଼ାଇବା ଏକ ଅପରାଧ ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ । ତଥାପି ଏହି ନିଷେଧ ସତ୍ୱେ ଲୋକମାନେ କଟକଣା ମାନୁ ନାହାଁନ୍ତି ।
 
ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ଡ୍ରୋନ୍ ନୁହେଁ, ରିତିମତ ମୋବାଇଲ୍ ବି ପ୍ରବେଶ କରୁଛି ଶ୍ରୀମନ୍ଦିରକୁ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ୍ କରିବା ପାଇଁ ପୁରୀ ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଭାବେ ଘୋଷଣା କରିଛି ଡିଜିସିଏ । 

By Nirvay

Leave a Reply

Your email address will not be published. Required fields are marked *