ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଉଡିଲା ଡ୍ରୋନ୍। ଡ୍ରୋନରେ କରାଯାଇଥିବା ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି । ଭାଇରାଲ ହୋଇଥିବା ଡ୍ରୋନ ଉତ୍ତୋଳିତ ଭିଡିଓରେ ଜଣେ ଚୁନରା ସେବକ ନମସ୍କାର କରୁଥିବା ଦେଖାଯାଉଛି । ଶ୍ରୀମନ୍ଦିର ଚୂଡ଼ାରେ ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ରହିଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଗତ ମେ ୩୦ ତାରିଖରେ ଫେସବୁ୍ରେ ଏହି ଭିଡିଓ ଅପଲୋଡ୍ ହୋଇଛି । ଯେଉଁଥିରେ ଚୁନରା ସେବକ ବାନା ଧରି ନମସ୍କାର ମୁଦ୍ରାରେ ରହିବା ଏବଂ ଶ୍ରୀମନ୍ଦିର ଉପରକୁ ଚଢି ୧୪ ହାତିଆ ମୁଖ୍ୟ ବାନା ବାନ୍ଧିବା ସମୟର ସ୍ପଷ୍ଟ ଦୃଶ୍ୟ ଡ୍ରୋନରେ କଏଦ୍ ହୋଇଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଏହାକୁ ପୋଷ୍ଟ କରାଯାଇଛି । ଏହା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । Post navigation ପରଲୋକରେ ‘ଜରି’ ମାଉସୀ ରାଜ୍ୟରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ