private-buses-will-ply-across-the-state-from-tomorrow
ଆସନ୍ତା କାଲିଠାରୁ ଓଡ଼ିଶା ଡ୍ରାଇଭର ମହାସଂଘ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି । ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।
 
ତେବେ, ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେନି ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା ଦେଇଛନ୍ତି
 
ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୁଲିସକୁ ଦେବା ପ୍ରସଙ୍ଗକୁ ବିରୋଧ କରିବା ସହ ବିଭିନ୍ନ ଦାବି ନେଇ ଏହି ଡାକରା ଦିଆଯିବ ବୋଲି ବସ୍‌, ଟ୍ରକ୍‌, ମିନିଟ୍ରକ୍‌ ମାଲିକଙ୍କ ସମେତ ଡ୍ରାଇଭର ସଂଘ ଘୋଷଣା କରିଛି ।
 
ତେବେ ଏହି ଆନ୍ଦୋଳନକୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ବିରୋଧ କରିଛି । କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର ସଂଘ ଆନ୍ଦୋଳନକୁ ସମର୍ଥନ କରୁନାହିଁ ବୋଲି ମଞ୍ଚ କହିଛି । ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ୱାଭାବିକ ରହିବ ବୋଲି ମଞ୍ଚ କହିଛି ।

By Nirvay

Leave a Reply

Your email address will not be published. Required fields are marked *