ଗତ ସୋମବାର ରାତିରେ କେରଳର ଓ୍ବାଏନାଡରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଚିହ୍ନଟ ପାଇଁ ୨ ଅଧିକାରୀଙ୍କୁ କେରଳ ପଠାଯାଇଛି। ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବ ।

ଅନ୍ୟପଟେ ଅନ୍ୟ ଜଣେ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ପତ୍ତା ମିଳିନଥିବା ବେଳେ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *