ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଏନେଇ ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା ସିଆରୟୁଟି । ଡବଲ୍ ଡେକର୍ ବସ୍ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାମାନଙ୍କରେ ଚାଲିବ ବୋଲି କୁହାଯାଉଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ ଚଳାଚଳ କରାଯିବ। ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଆହୁରି ୨ ବର୍ଷ ଚୁକ୍ତିର ସମୟସୀମା ବଢ଼ା ଯାଇପାରେ । ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସିଆରୟୁଟି ପକ୍ଷରୁ ଏଭଳି ଯୋଜନା କରାଯାଇଛି। Post navigation ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପାରାଦୀପ ପୋର୍ଟରେ ୭୮ ବାଂଲାଦେଶୀ ଅଟକ