ଦୂରଦର୍ଶନର ଜଣାଶୁଣା ସମ୍ବାଦ ପାଠିକା ସରଳା ମାହେଶ୍ୱରୀଙ୍କର ପରଲୋକ ଘଟିଛି। ସ୍ୱତନ୍ତ୍ର ଅନ୍ଦାଜ ପାଇଁ ପରିଚିତ ଥିଲେ ସରଳା ମାହେଶ୍ୱରୀ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସରଳା ଦୂରଦର୍ଶନର ଏକ ଲୋକପ୍ରିୟ ଚେହେରା ଥିଲେ । ସରଳା ମାହେଶ୍ୱରୀଙ୍କ ପରିବାର ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସରଳା ମାହେଶ୍ୱରୀ ତାଙ୍କର ସମ୍ବାଦ ପରିବେଷଣ ଶୈଳୀ ପାଇଁ ସର୍ବଦା ମନେ ରହିବେ। ତାଙ୍କ ସ୍ୱର ଏବଂ ଖବର ପଢିବାର ଢଙ୍ଗରେ ଏକ ନିଆରା ଶାନ୍ତି ଏବଂ ବିଶ୍ୱାସ ରହୁଥିଲା, ଯାହା ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ସରଳା ମାହେଶ୍ୱରୀ ୧୯୮୦ ଦଶକରୁ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନରେ ଖବର ଉପସ୍ଥାପିକା ଭାବେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ଟେଲିଭିଜନରେ ସିଧା ଖବର ପଢିବା ପ୍ରଥମ ନ୍ୟୁଜ୍ ଆଙ୍କର ଥିଲେ । Post navigation Sex Racket Busted In Khordha: ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ