ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ତେଲ ଅଛି ଏବଂ ଆଦୌ ଅସୁବିଧା ହେବନି । ତେଣୁ ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ୱାସ ନ କରି କେବଳ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରୁଷିଆରୁ ତେଲ ଏବେ ଆସୁଛି ଏବଂ କଳାବଜାରୀ ଉପରେ ସରକାର ନଜର ରଖିଛନ୍ତି । ଦରକାର ପଡ଼ିଲେ ଆକ୍ସନ ନିଆଯିବ । କହିରଖୁଛୁ ଯେ, ଆମେରିକା ଓ ଇସ୍ରାଏଲ ସହିତ ଇରାନର ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ମଧ୍ୟ ତୈଳ ମୂଲ୍ୟରେ ନିଆଁ ଲଗାଇ ଦେଇଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି । Post navigation Stock Market Crash: ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର