Trump again threatens to hike tariffs on India

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ନେଇ ଟ୍ରୁଥ୍‌ ସୋସିଆଲ ଆକାଉଣ୍ଟରେ ପ୍ରତିକ୍ରିୟା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ମୁଁ ଖୁସି ଯେ ଉଭୟ ଦେଶର ପାରସ୍ପରିକ ସହମତିରେ ଏହି ଚୁକ୍ତି ହୋଇଛି। ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US ।ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ।ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ।

ସେ ଲେଖିଛନ୍ତି ମୁଁ ଭାରତ ଏବଂ ପାକିସ୍ତାନର ଦୃଢ଼ରୁ ଦୃଢ଼ତର ନେତୃତ୍ୱ ପାଇଁ ବହୁତ ଗର୍ବିତ, ଯେଉଁମାନେ ନିଜର ଶକ୍ତି, ଜ୍ଞାନ ଏବଂ ସାହସ ସହିତ ସ୍ୱୀକାର କରିଥିଲେ ଯେ ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଜୀବନର ମୃତ୍ୟୁ ଏବଂ ବିନାଶର କାରଣ ହୋଇପାରୁଥିବା ଉତ୍ତେଜନାକୁ ରୋକିବାର ସମୟ ଆସିଛି! ଆପଣଙ୍କର ସାହସିକ କାର୍ଯ୍ୟ କେବଳ ଆପଣଙ୍କର ଐତିହ୍ୟକୁ ସୁଦୃଢ଼ କରିଛି।

ସୂଚନା ଯୋଗ୍ୟ; ଆମେରିକାର ଉଦ୍ୟମ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଥିଲେ, ଆମେରିକା ସହାୟତାରେ ଦୀର୍ଘ ଆଲୋଚନା ପରେ, ଭାରତ ଏବଂ ପାକିସ୍ତାନ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ।

Leave a Reply

Your email address will not be published. Required fields are marked *