ଏତେ ବଡ ଦେଶ ତେଲ ବିକ୍ରୟ କରିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ତେଲକୁ କେନ୍ଦ୍ର କରି କୌଣସି ଦେଶ ସହ ଶତ୍ରୁତା କରିବାର ମାନେ ହେଉଛି ନିଜ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରି ବିଶ୍ୱକୁ ଚକିତ କରିଛନ୍ତି। ଏହି ନିଷ୍ପତ୍ତି ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହିତ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ପ୍ରକାଶ କରିଛନ୍ତି ଯାହା ଦେଶର ତୈଳ ଭଣ୍ଡାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରେ । ଭାରତ-ରୁଷ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଭାରତ ରୁଷ ସହିତ କ’ଣ କରେ ତାହା ମୋତେ ଫରକ ପଡେନି। ମୁଁ କେବଳ ଚିନ୍ତା କରେ ଯେ ସେମାନେ ଏକାଠି ସେମାନଙ୍କର ଡେଡ୍ ଇକୋନୋମିକୁ କିପରି ତଳକୁ ଆଣିପାରିବେ।’ ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ। ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ। ସେହିପରି, ରୁଷ ସହ ଆମେରିକା ମଧ୍ୟ ପ୍ରାୟ କୌଣସି ବାଣିଜ୍ୟ କରେ ନାହିଁ। ଏହାକୁ ଏପରି ରଖିବା। ଏହାସହ ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କରିବା ପରେ କହିଛନ୍ତି ଏମିତି ଦିନ ଆସିବ ପାକିସ୍ତାନ ଦିନେ ଭାରତକୁ ତେଲ ବିକ୍ରି କରିବ । ଇସଲାମାବାଦରେ ପେଟ୍ରୋଲ ଗଚ୍ଛିତ ନେଇ ଦୁଇ ଦେଶ ମଧ୍ୟରେ ଡିଲ ହୋଇଥିବା ସେ ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ୍ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଆଜି ଆମେ ହ୍ୱାଇଟ୍ ହାଉସରେ ବାଣିଜ୍ୟ ଚୁକ୍ତିନାମା ଉପରେ ବହୁତ ବ୍ୟସ୍ତ ଅଛୁ। ମୁଁ ଅନେକ ଦେଶର ନେତାଙ୍କ ସହ କଥା ହୋଇଛି, ଯେଉଁମାନେ ସମସ୍ତେ ଆମେରିକାକୁ “ଅତ୍ୟନ୍ତ ଖୁସି” କରିବାକୁ ଚାହୁଁଛନ୍ତି। ମୁଁ ଆଜି ଅପରାହ୍ନରେ ଦକ୍ଷିଣ କୋରିଆ ବାଣିଜ୍ୟ ପ୍ରତିନିଧି ଦଳ ସହିତ ସାକ୍ଷାତ କରିବି। ଦକ୍ଷିଣ କୋରିଆ ବର୍ତ୍ତମାନ ୨୫ ପ୍ରତିଶତ ଶୁଳ୍କରେ ଅଛି, କିନ୍ତୁ ସେମାନଙ୍କ ପାଖରେ ସେହି ଶୁଳ୍କକୁ କମାଇବା ପାଇଁ ଏକ ପ୍ରସ୍ତାବ ଅଛି। ସେହି ପ୍ରସ୍ତାବ କ’ଣ ତାହା ଶୁଣିବାକୁ ମୁଁ ଆଗ୍ରହୀ ହେବି। ଆମେ ପାକିସ୍ତାନ ଦେଶ ସହିତ ଏକ ଚୁକ୍ତି କରିଛୁ, ଯେଉଁଥିରୁ ପାକିସ୍ତାନ ଏବଂ ଆମେରିକା ସେମାନଙ୍କର ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ଏକାଠି କାମ କରିବେ। ଆମେ ଏହି ସହଭାଗୀତାର ନେତୃତ୍ୱ ନେଉଥିବା ତୈଳ କମ୍ପାନୀକୁ ବାଛିବା ପ୍ରକ୍ରିୟାରେ ଅଛୁ। କିଏ ଜାଣେ, ହୁଏତ ସେମାନେ କୌଣସି ଦିନ ଭାରତକୁ ତେଲ ବିକ୍ରି କରିବେ! Post navigation ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା ଆୟକର ଫାଙ୍କିବା ପଡ଼ିଲା ମହଙ୍ଗା; ବସ୍କୁ ୧୦ ଲକ୍ଷ ଟଙ୍କା ଫାଇନ୍ ଲଗାଇଲା କଟକ ଆରଟିଓ