ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ବୁଧବାର ୟୁଟା ଭ୍ୟାଲି କଲେଜର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହଯୋଗୀ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେବାବେଳେ ଦୁର୍ବୃତ୍ତର ଗୁଳିମାଡ଼ କରାଯାଇଛି। କିନ୍ତୁ କିଏ ଗୁଳିମାଡ଼ କରିଛି କଣ ପାଇ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। FBIର ତଦନ୍ତ ଜୋରଦାର୍ କରିଛି। ଟ୍ରମ୍ପ ସୋସିଆଲ ମିଡିଆରେ କିର୍କଙ୍କ ମୃତ୍ୟୁ ଘୋଷଣା କରି କିର୍କଙ୍କୁ ମହାନ ଓ ଲିଜେଣ୍ଡ କହିବା ସହ ଶୋକପ୍ରକାଶ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୋଷ୍ଟ କରିଛନ୍ତି ଯେ ମହାନ ଏବଂ ମହାନ ବ୍ୟକ୍ତି ଚାର୍ଲି କିର୍କଙ୍କ ଦେହାନ୍ତ ହୋଇଛି। ଆମେରିକାରେ ଯୁବପିଢ଼ିଙ୍କ ହୃଦୟକୁ ଚାର୍ଲିଙ୍କ ଅପେକ୍ଷା ଭଲ କେହି ବୁଝି ନଥିଲେ। ତାଙ୍କୁ ସମସ୍ତଙ୍କ ଦ୍ୱାରା ଭଲ ପାଉଥିଲେ ଏବଂ ସମ୍ମାନ କରାଯାଉଥିଲା। ପ୍ରକୃତ ମହାନ ଆମେରିକୀୟ ଦେଶଭକ୍ତ ଚାର୍ଲି କିର୍କଙ୍କ ସମ୍ମାନାର୍ଥେ, ମୁଁ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମେରିକାରେ ସମସ୍ତ ଆମେରିକୀୟ ପତାକାକୁ ଅର୍ଦ୍ଧ-ମଷ୍ଟରେ ଉଡ଼ାଇବାକୁ ନିର୍ଦ୍ଦେଶ ଦେଉଛି।

Leave a Reply

Your email address will not be published. Required fields are marked *