ଜାନୁଆରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର। ଯଦି ରାଜ୍ୟ ସରକାର ସେମାନଙ୍କର ୧୮-ସୂତ୍ରୀ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ସଦସ୍ୟମାନେ ଜାନୁଆରୀ, ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି। OMSA ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି ନଭେମ୍ବର ୨୦ ତାରିଖରୁ ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଦାବି ପୁରଣ ହୋଇନି । ୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ଯଦି ଦାବୀ ପୂରଣ ନ ହୁଏ ତେବେ ରାଜ୍ୟବ୍ୟାପୀ ଡାକ୍ତରମାନେ କାର୍ଯ୍ୟ ବର୍ଜନ କରିବେ ଏବଂ ଆନ୍ଦୋଳନର ଅଂଶ ସ୍ୱରୂପ OPD ଗୁଡ଼ିକୁ ଯିବାରୁ ମଧ୍ୟ ନିବୃତ୍ତ ରହିବେ। ବିଗତ ଦିନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଓମସାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲେ। ସଂଘର ଦାବିଗୁଡ଼ିକ ପୂରଣ କରିବା ଲାଗି ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। Post navigation BJP Leaders Meet in Odisha: ଆଗାମୀ ଦିନର ରୋଡ ମ୍ୟାପ ପ୍ରସ୍ତୁତ କଲା ବିଜେପି; ସଂଗଠନକୁ ଆହୁରି ମଜ୍ଭୁତ କରିବାକୁ ଗୁରୁତ୍ୱ