Doctor Reveals about Late Singer Humane Sagar's health condition
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନଥିବାବେଳେ ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ବଡ଼ ସୂଚନା ଦେଇଛନ୍ତି ।
 
ଡାକ୍ତର ସଞ୍ଜୀବ କର କହିଛନ୍ତି ଯେ ସେ ହ୍ୟୁମାନଙ୍କୁ କାମ କମ୍‌ କରି ବିଶ୍ରାମ ନେବା ପାଇଁ ସେ କହିଥିଲେ । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ହ୍ୟୁମାନ ତାଙ୍କ ପାଖକୁ ଆସିଥିଲେ । ଆଲକହଲ୍‌ ସେବନ ପାଇଁ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହେଉଥିଲେ । ତାଙ୍କ ସପୋର୍ଟ ଷ୍ଟାଫ୍‌ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି ବୋଲି ସେ କହିଛନ୍ତି ।
 
ଡାକ୍ତର ସଞ୍ଜୀବ କର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ତାଙ୍କର ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ୍‌ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନ ହେବା ସହିତ ପୂରା ବିଶ୍ରାମ ନେବା ଜରୁରୀ ହୋଇଥାଏ । ହ୍ୟୁମାନ ଚାପ ଭିତରେ ଥିବା ବି ବାରି ହୋଇ ପଡ଼ୁଥିଲା । ୧୨ ତାରିଖରେ ଆଣିଲା ବେଳକୁ ଜ୍ୱର ହୋଇଥିଲା ।ଧଇଁସଇଁ ଲାଗିବା, ଗୋଡ଼ ଫୁଲିଲେ ବି ସିରୋସିସ୍‌ ଆକ୍ରାନ୍ତଙ୍କ ପାଇଁ ବିପଦ ବୋଲି ଡାକ୍ତର ସଞ୍ଜୀବ କର କହିଛନ୍ତି ।
 
ଏପଟେ ମାଆ ଶେଫାଳୀ କହିଛନ୍ତି ଯେ, ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେଉଥିଲେ ବି ମ୍ୟାନେଜର୍ ମାନେ ସ୍ପଷ୍ଟ ଭାବେ କୌଣସି ସୂଚନା ଦେଉନଥିଲେ । ଏପରିକି ଅତି ଗୁରୁତର ଅବସ୍ଥାରେ ଥାଇ ବି ହ୍ୟୁମାନ ବାଧ୍ୟ ହୋଇ ପ୍ରୋଗ୍ରାମକୁ ଯାଉଥିଲେ ।

By Nirvay

Leave a Reply

Your email address will not be published. Required fields are marked *