ଚଳିତବର୍ଷ ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ବାଜିବନି ଡିଜେ । ଆଉ କିଛି ପରେ ଧରାପୃଷ୍ଠରେ ମାଆଙ୍କ ଆଗମନ ହେବାକୁ ଯାଉଛି। ସେଥିପାଇଁ ଚାରିଆଡେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କିପରି କରାଯିବ, ସେଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଡିଜେ ଉପରେ ରୋକ୍ ଲଗାଯାଇଛି ।ଭୁବନେଶ୍ବର ଦୁର୍ଗା ପୂଜା  ଭସାଣିରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା କରାଯାଇଛି। କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣ ହେବା ନେଇ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ହୋଇଛି ନିଷ୍ପତ୍ତି ।

 

Leave a Reply

Your email address will not be published. Required fields are marked *