ପୁଣି ଖୋଲିବ କି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସ ହତ୍ୟାକାଣ୍ଡ ମାମଲାରେ ଫାଇଲ୍? ନବ ଦାସ ହତ୍ୟାକାଣ୍ଡ ମାମଲା ଏବେ ନୂଆ ମୋଡ଼ ନେଇଛି । ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ ପ୍ରକାଶ କରି ଦିବଙ୍ଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୋହନ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ଝିଅ ଦୀପାଳି ଦାସ । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ପୁଣି କହିଛନ୍ତି ଯେ ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ଏବେ ସେ କାହିଁକି CBI ତଦନ୍ତ ଦାବି କରୁନାହାନ୍ତି ବୋଲି ଗଣମାଧ୍ୟମରେ କହୁଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସହିତ ବିଚାର ବିମର୍ଷ କରି ସିବିଆଇ ତଦନ୍ତ ଆଗକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି । Post navigation ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) – ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି