dilip-ray-meets-vijay-mohapatra
ବିଜୟ ମହାପାତ୍ରଙ୍କ ଘରେ ଦିଲ୍ଲୀପ ରାୟ । ବାସଭବନକୁ ଯାଇ ବିଜୟ ମହାପାତ୍ରଙ୍କୁ ଭେଟି ଆଲୋଚନା କଲେ ଦିଲ୍ଲୀପ ରାୟ । ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ତିନି ମାସ ପୂର୍ବରୁ ରଣନୀତି ପ୍ରସ୍ତୁତ ହୋଇଥିଲା ବୋଲି ବିଜୟ ମହାପାତ୍ର କହିଛନ୍ତି ।
 
ନବୀନ ବାବୁଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ୁଛି ତେବେ ସେ ବୁଝିପାରୁ ନାହାଁନ୍ତି ବୋଲି ମହାପାତ୍ର କହିଛନ୍ତି । ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ ବୋଲି ବିଜୟ ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
 
ବରିଷ୍ଠ ନେତା ରବି ପାଣି ଦୁଇ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କୁ ଭେଟିଛନ୍ତି । ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ ବୋଲି ସେ କହିଛନ୍ତି ।
 
କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନେ ବିଜୁ ଲିଗାସୀକୁ ଆଗକୁ ନେବାକୁ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଥିବା କହିଛନ୍ତି । କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *