ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ)ଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯାଜପୁର ବୁଢ଼ାଘାଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ବିଧାୟକ ଯାଉଥିବା ବେଳେ ତାଙ୍କ ଗାଡି ଅଟକାଇ ଠେଙ୍ଗାରେ କିଛି ଯୁବକ ଆକ୍ରମଣ କରିଛନ୍ତି । ତେବେ ସେମାନେ ବବି ଦାସଙ୍କ ସମର୍ଥକ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି |

ଲୋକଙ୍କ କାମ କରିବାକୁ ଯିବାବେଳେ କାହିଁକି ଆକ୍ରମଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ଆକ୍ରମଣ ନୁହେଁ , ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ବିଧାୟକ ଅଭିଯୋଗ କରିଛନ୍ତି । ତାଙ୍କ ଗାଡିକୁ ୧୦ ମିନିଟ୍ ଧରି ଆକ୍ରମଣ କରାଯାଇଛି । ପ୍ରତିବାଦରେ ବିଧାୟକଙ୍କ ସମର୍ଥକ ରାସ୍ତାରୋକ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ଏ ନେଇ ନିଜେ ବିଧାୟକ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *