ଆଜି ସରକାର ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତେବେ ପୋଲିସ ଡିଜି ୱା.ବି ଖୁରାନିଆଙ୍କ କାର୍ଯ୍ୟକାଳ ବାଢ଼ିଛି। ସେ ୧୬ ଅଗଷ୍ଟ ୨୦୨୬ ଯାଏଁ ଡିଜିପି ରହିବେ। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ବର୍ଷ ନିୟମ ଆଧାରରେ ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ୱା.ବି ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିସନରେଟ ପୋଲିସର କମିସନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ସେ ଆରମ୍ଭରୁ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ଶ୍ରୀ ଖୁରାନିଆ ବିଏସଏଫର ସ୍ପେଶାଲ୍ ଡିଜି ମଧ୍ୟ ଥିଲେ।

Leave a Reply

Your email address will not be published. Required fields are marked *