ମାଓବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନକୁ ଗୋଟିଏ ପରେ ଗୋଟିଏ ମିଳିଚାଲିଛି ସଫଳତା । ଅଭେଦ ଲାଲଗଡ଼ରେ ପ୍ରବେଶ କରି ଲାଲବାହିନୀଙ୍କୁ ନିପାତ କରିବା ସହିତ ତାଙ୍କର ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ସୁରକ୍ଷାବାହିନୀ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ କୁଲ୍ହାରୀଘାଟ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୪ ନକ୍ସଲ ନିପାତ ହୋଇଥିଲେ। ମାଓ ଦମନ ରଣନୀତିର କଲେ ସମୀକ୍ଷା କରିବାପାଇଁ ନୂଆପଡ଼ା ଜିଲ୍ଲାରେ ପୋଲିସ ଡିଜିପି ୱାଇ.ବି ଖୁରାନିଆ । ଏହି ଏନକାଉଣ୍ଟରରେ ସାମିଲ ହୋଇଥିବା ନୂଆପଡା ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶଂସା କରିବା ସହ ସ୍ଥିତି ସମୀକ୍ଷା ଓ ଯବାନଙ୍କ ମନୋବଳ ବଢ଼ାଇଲେ ଡିଜିପି।

ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଡିଜିପି କହିଛନ୍ତି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ଏହା ସହ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦ ଓ ନକ୍ସଲ ମୁକ୍ତ ଭାରତ ଗଠନର ଏହା ଏକ ସଫଳ ପ୍ରୟାସ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି।

ଏହା ସହ ନୂଆପଡ଼ା ଏସପି ଙ୍କୁ ପ୍ରଶଂସା କରିବା ସହ ଆହତ ଦୁଇ ଯବାନ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ସାମ୍ବାଦିକ ସମ୍ମିଳନୀ ପୂର୍ବ ରୁ ଦୁଇ ଯବାନ ଙ୍କ ସହ ଫୋନ୍ ରେ କଥା ହୋଇଥିବା ସୂଚନା ଦେଇ ଉଭୟ ଙ୍କ ସାହସିକତା ପାଇଁ ଉଭୟ ଙ୍କ ସହ ସମସ୍ତ ଯବାନଙ୍କୁ ପ୍ରଶଂସା କରିଛନ୍ତି ।

ସୂଚନା ଯୋଗ୍ୟ; ନୂଆପଡ଼ା ଜିଲ୍ଲାସୀମା ଠାରୁ ୫ କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମିଳିତ ପୋଲିସ ବାହିନୀକୁ ମାଓ ଦମନ ଅଭିଯାନ ରେ ବଡ ସଫଳତା ମିଳିଛି। ଯବାନଙ୍କ ଏନକାଉଣ୍ଟର ରେ ୧୪ ଜଣ ନିହତ ମାଓବାଦୀଙ୍କ ନିପାତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା କୁଲାହାରିଘାଟର ଭାଲୁଡିଗି ଜଙ୍ଗଲରେ ଏନକାଉଣ୍ଟର ବେଳେ ଓଡ଼ିଶା ଏସଓଜି , ଛତିଶଗଡ଼ କୋବ୍ରା ବାଟାଲିୟନ ଏବଂ ସି ଆର୍ ପି ଏଫ୍ ଏଭଳି ତିନି ପ୍ରକାର ଯବାନଙ୍କ ମିଳିତ ଟିମ୍ ସାମିଲ ହୋଇଥିଲେ । ଏହି ଅଭିଯାନରେ ରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ହୋଇଛି । ଗତ ୧୯ ତାରିଖ ଦିନ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ୨୧ ତାରିଖ ଦିନ ଆଉ ୧୨ ଜଣ ନିହତ ମାଓବାଦୀଙ୍କ ଶବ ଉଦ୍ଧାର ହେଇଥିଲେ।

Leave a Reply

Your email address will not be published. Required fields are marked *