ଭଦ୍ରକସ୍ଥିତ ଧାମନଗରରେ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ କରିଛନ୍ତି। ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଏହି ଅପିଲ କରିଛନ୍ତି।ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି ବୋଲି କହିଛନ୍ତି। ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଲେ। ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ତେବେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଭଦ୍ରକରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଘଟଣାରେ ପୋଲିସକୁ ଆକ୍ରମଣ ହୋଇଥିଲା। ତେବେ ସ୍ଥିତି ଜଟିଳ ହୋଇଥିବା ବେଳେ ଆଜି ଡିଜିପି ଭଦ୍ରକ ଯାଇ ସମୀକ୍ଷା କରିଥିଲେ। ଏହା ପରେ ପରିସ୍ଥିତିରେ ସୁଧାର ଆସିଥିବା କହିଛନ୍ତି। Post navigation କାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ବିଏସ୍କେୱାଇ ପରିବର୍ତ୍ତେ ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ