ମାଗଣାରେ ମିଳିବ ମହାପ୍ରସାଦ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ରାଜ୍ୟ ସରକାର ଏ ନେଇ ଯୋଜନା ରଖିଛନ୍ତି। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ଶ୍ରୀମନ୍ଦିରକୁ ପ୍ରାୟ ଦେଢ଼ ଲକ୍ଷ ଭକ୍ତ ଆସୁଥିବା ବେଳେ ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା କରାଯାଉଛି। ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି। ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ।