ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲ ବମ ଧ୍ୱନିରେ କମ୍ପୁଛି ସମସ୍ତ ଶିବ ମନ୍ଦିର । ମହାଦେବଙ୍କ ମସ୍ତକରେ ଜଳଲାଗି ପାଇଁ ବିଭିନ୍ନ ଘାଟରେ ଭିଡ଼ ଲାଗିଥିବାବେଳେ ବାବା ଲିଙ୍ଗରାଜ ମନ୍ଦିରରେ, କପିଳାସ ଏବଂ ଧବଳେଶ୍ୱର ପୀଠରେ ବି କାଉଡ଼ିଆଙ୍କ ଲମ୍ବା ଲାଇନ ଲାଗିଛି । ଶ୍ରାବଣ ମାସର ସୋମବାର ଦିନ କାଉଡିଆମାନେ ଓଦା ବସ୍ତ୍ର ପରିଧାନ କରି ଖାଲି ପାଦରେ ଚାଲି ଚାଲି ଆସି ଶୈବପୀଠରେ ଧାଡି ଲଗାଇଥାନ୍ତି । Post navigation କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା: ଏମ୍ସରେ ଚାଲିଛି ପୀଡ଼ିତାଙ୍କ ଡାଏଲିସିସ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲା ମହିଳା କଂଗ୍ରେସ