Deputy Cm's statement on Dhauli gang rape case is condemnable-bjd
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ସରକାରଙ୍କ ଅପାରଗ ପଣିଆ ପାଇଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀ ମାନେ ଭୟଶୂନ୍ୟ ହୋଇ ଏଭଳି କାଣ୍ଡ ଭିଆଇବାକୁ ତିଳେ ମାତ୍ର ପଛାଉନାହାନ୍ତି । ଏଭଳି ଦୁଃଖଦ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସରକାର ଏବଂ ପୋଲିସ୍ ପ୍ରଶାସନକୁ କ୍ରିୟାଶୀଳ ଓ ସଶକ୍ତ ହେବା ସହ ଘଟଣା ଘଟିବା ପରେ ତନାଘନା କରିବା ଅପେକ୍ଷା ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
 
ତେବେ ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବିବୃତି ଲଜ୍ଜାଜନକ ଓ ନିନ୍ଦନୀୟ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ ଯେ, ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ଲଭର୍ସ ପଏଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କିନ୍ତୁ ଧଉଳି ଗଣଦୁଷ୍କର୍ମ ଘଟଣା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଦେଇଥିବା ପରାମର୍ଶକୁ ଗ୍ରହଣ କରିବା ପରିବର୍ତ୍ତେ ପରିଡ଼ା ଅତ୍ୟନ୍ତ ଲଜ୍ଜାଜନକ ଭାବେ କରିଥିବା କାଉଣ୍ଟରକୁ ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।
 
ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପରିଡ଼ା, ଗୋପାଳପୁର, ରାମଚଣ୍ଡୀ, ଧଉଳି ଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ପାଇଁ ନୈତିକ ଦାୟିତ୍ୱ ନେବା ପରିବର୍ତ୍ତେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ପ୍ରତି ପ୍ରତିକି୍ରୟାଶୀଳ ଟିପ୍ପଣୀ ଦେବା କେତେଦୂର ଗ୍ରହଣୀୟ । ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜନସାଧାରଣଙ୍କ ଅନୁଭବକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆଇନକୁ ପୁଣିଥରେ ତା ବାଟରେ ଯିବାକୁ ଦିଅନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *