ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କୁନି ଝିଅ ଶୁଭଶ୍ରୀ ନନ୍ଦିଙ୍କ ଅସାଧାରଣ ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କଟକ ଚୌଧୁରୀ ବଜାର ଅଞ୍ଚଳର ଶୁଭଶ୍ରୀ ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବେ ପଢ଼ି ପାରୁଥିବାର କଳା ଦେଖି ଶ୍ରୀମତୀ ପରିଡ଼ା ବିସ୍ମିତ ହୋଇଥିଲେ । ଶ୍ରୀମତୀ ପ୍ରଭାତୀ ପରିଡ଼ା ଶୁଭଶ୍ରୀଙ୍କୁ ‘ସୁଭଦ୍ରା’ ଯୋଜନାର ଏକ ଲିଫଲେଟ୍ ପଢିବା ପାଇଁ ଦେବା ପରେ ଶୁଭଶ୍ରୀ ତାକୁ ନିର୍ଭୁଲ ଭାବେ ପଢ଼ିପାରିଥିଲେ । ଏକ ବିଶେଷ ଅଭ୍ୟାସ ଦ୍ୱାରା ଏପରି ଏକ ପ୍ରତିଭାର ଅଧିକାରୀ ହୋଇପାରିଥିବା ଶୁଭଶ୍ରୀ ଅନେକଙ୍କ ପାଇଁ ପ୍ରେରଣା ବୋଲି ଉଲ୍ଲେଖ କରିବା ସହ ଶ୍ରୀମତୀ ପରିଡ଼ା ଶୁଭଶ୍ରୀଙ୍କ ପିତାମାତା ତାଙ୍କର ଏହି କଳାକୁ ପ୍ରୋତ୍ସାହିତ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । Post navigation ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟୀ ‘ଲିଡ଼ର୍ସ ଏକାଦଶ’ ଦଳକୁ ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ