ରାଜ୍ୟରେ ଜାରି ରହିଛି ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଶନିବାର ଦିନ ସକାଳେ ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା କ୍ରମାଗତ ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି । ସକାଳୁ କୌଣସି ବି ବିମାନ ଉଡ଼ାଣ ଭରିନଥିବା ସୂଚନା ମିଳିଛି । ସେହିଭଳି ରାଞ୍ଚି, କୋଲକାତା ଓ ଚେନ୍ନାଇରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ ହୋଇଛି । କିଛି ବିମାନ ଉଡାଣ କରିବାକୁ ଥିବା ବେଳେ ଆଉ କିଛି ବିମାନ ଲ୍ୟାଣ୍ତ କରିବା ନେଇ ସମସ୍ୟା ଦେଖାଦେଇଛି । ଦିନ ପ୍ରାରମ୍ଭରେ ଜିରୋ ଭିଜିବିଲିଟି ଯୋଗୁଁ ଅନେକ ବିମାନର ଗତି ପରିବର୍ତ୍ତନ ଏବଂ ବିଳମ୍ବ ହୋଇଛି । ଯାହା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ କରିଛି । ଯାହାକୁ ନେଇ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ଅପଡେଟ ଦିଆଯାଇଛି । Post navigation Odisha Civil Services Exam-2025: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତିରେ ନାହିଁ ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ପଦ Green Sticker For Vehicles: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ