ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ, କେତେ ଜୀବନ ଗଲେ ସରକାରଙ୍କ ନିଦ ଭାଙ୍ଗିବ। ଏବେ ବର୍ଷାଦିନ ହୋଇଥିବାରୁ ମାଶାଙ୍କ ପ୍ରାଦୁର୍ଭାବ ମଧ୍ୟ ବଢୁଛି। ତେଣୁ ସରକାର ସଂକ୍ରମଣକୁ ଗୁରୁତର ସହ ନେଇ ଡେଙ୍ଗୁ ଦମନ ପାଇଁ ସଚେତନତା ସୃଷ୍ଟି ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ।

ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି। ଡେଙ୍ଗୁ ଆକ୍ରାନ୍ତରେ ପତ୍ନୀଙ୍କ ପରଲୋକ ହୋଇଥିବା କହିଛନ୍ତି। ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ ଝିଙ୍ଗିଆ ଓରାମ। ୧୦ରେ ଝିଙ୍ଗିଆଙ୍କ ଡେଙ୍ଗୁ ଚିହ୍ନଟ ହୋଇଥିଲା। ଜୁଏଲ ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲା ବେଳେ ୧୧ରେ ଚିହ୍ନଟ ହେଲା। ଉଭୟ ଭିନ୍ନ ଭିନ୍ନ ଜାଗାରୁ ଡେଙ୍ଗୁ ଦ୍ବାରା ଆକ୍ରାନ୍ତ ହେଲେ। ଜୁଏଲଙ୍କ ରିକଭରି ହୋଇଥିଲା ବେଳେ ତାଙ୍କ ଧର୍ମପତ୍ନୀଙ୍କ ହେଲା ନାହିଁ। ପ୍ଲେଟ୍‌ଲେଟ କମିଗଲା, ପ୍ଲେଟ୍‌ଲେଟ ଦେଲା ପରେ ବି ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିଲାଣି ବୋଲି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *