ନୂଆ ବର୍ଷ ପୂର୍ବରୁ ବିଜୟ ଭେଟି ଦେଲା ଓଡ଼ିଶା କ୍ରିକେଟ୍ ଟିମ୍ । ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଦେଖାଇଛନ୍ତି । ବୁଧବାର ଦିନ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ହରାଇଛି ଓଡ଼ିଶା କ୍ରିକେଟ୍ ଦଳ । ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୨୭୨ ରନ କରିଥିଲା । ଦିଲ୍ଲୀକୁ ଓଡ଼ିଶା ୨୭୩ ରନ୍ର ଟାର୍ଗେଟ୍ ଦେଇଥିଲା ତେବେ ୪୨.୩ ଓଭର ରେ ମାତ୍ର ୧୯୩ ରନ୍ରେ ଦିଲ୍ଲୀ ଦଳ ଅଲ୍ଆଉଟ୍ ହୋଇଥିଲା । ଓଡ଼ିଶା ପକ୍ଷରୁ ଦେବବ୍ରତ, ସମ୍ବିତ୍ ବରାଳଙ୍କୁ ୩ ଲେଖାଏଁ ୱିକେଟ୍ ମିଳିଥିବାବେଳେ ରାଜେଶଙ୍କୁ ୨ ଓ ବାଦଲଙ୍କୁ ଗୋଟିଏ ୱିକେଟ୍ ନେବାର ସଫଳତା ମିଳିଥିଲା । ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଦମ୍ଦାର ୭୨ ରନ୍ ଓଡ଼ିଶାକୁ ବିଜୟ ଲାଭ କରିବାରେ ସହାୟ ହୋଇଥିଲା । ଷ୍ଟାର ବ୍ୟାଟର ରିଷଭ୍ ପନ୍ତଙ୍କୁ ଦେବବ୍ରତ ୨୪ ରନ୍ରେ ଆଉଟ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୩୫, ସ୍ୱସ୍ତିକ ସାମଲ ୨୮ ଓ ଓମ ଟି ମୁଣ୍ଡେ ୨୬ ରନ କରିଥିଲେ । Post navigation IAS Promotion: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ପ୍ରମୁଖ ସଚିବ ପାହ୍ୟା ପଦୋନ୍ନତି Puri Upgraded To Municipal Corporation: ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ