ଚଳତବର୍ଷ ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ତିଆରି, ବିକ୍ରି ଓ ଫୁଟାଇବାରେ ବ୍ୟାନ୍‌ ଲଗେଇଲେ ଦିଲ୍ଲୀ ସରକାର। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ବ୍ୟାନ୍‌ କରିଛନ୍ତି ଦିଲ୍ଲୀ ସରକାର ।

ଅନ୍ୟପଟେ ବାଣ ବ୍ୟାନ ସମ୍ପର୍କରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ବାଣର ଅନଲାଇନ ଡେଲିଭରୀ ଉପରେ ମଧ୍ୟ ରୋକ ଲଗାଯାଇଛି । ବ୍ୟାନ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୁଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଓ ରାଜସ୍ୱ ବିଭାଗ ଖୁବଶୀଘ୍ର ମିଳିତ ଭାବେ ଗାଇଡ ଲାଇନ ଜାରି କରାଯିବ। ଏହା ସହ ସେ ଆଉ ମଧ୍ୟ କହିଛନ୍ତି ଚଳତବର୍ଷ ଲୋକମାନେ ଦୀପ ଜାଳି ଓ ମିଠା ବାଣ୍ଟି ଦୀପାବଳି ଉତ୍ସବ ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *